ବ୍ରହ୍ମପୁର,୦୯/୩(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଆଇନଜୀବୀଙ୍କ ଘର ଉପରକୁ କିଛି ଦୃବୁତ୍ତଙ୍କ ବୋମାମାଡ । ବୋମାମାଡ଼ରେ ଆଇନଜୀବୀଙ୍କ ପତ୍ନୀ ଓ ଜଣେ ଯୁବକ ଆହତ ହୋଇଥିବାବେଳେ ବଡ଼ବଜାର ଥାନା ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଦୃବୁତ୍ତ ମାନେ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଥିଲେ ।















