ଭୁବନେଶ୍ୱର/ନିମାପଡ଼ା,୨୦।୦୨(ଲିପିକା ରାଣୀ ରାଉତ):-ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜା ରାଧାବଲ୍ଲଭ ମଠ ପୁରୀ ଙ୍କ ପ୍ରସ୍ତାବ ଅନୁଯାଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ ନାରାୟଣ ମହାପାତ୍ର ସୁରେଶ କୁମାର ମିଶ୍ର ତ୍ରିଲୋଚନ ନାୟକ ବିଜୟ ପଣ୍ଡା ଭାରତୀ ଭୂଷଣ ପଟ୍ଟନାୟକ, ଡି କେ ଧୀର, ଶ୍ରୀନିବାସ ରାଓ ପ୍ରମୁଖ ଅଙ୍କୁଶପୁର ଗ୍ରାମ ର ଏକମାପଣା ନିମାପଡା ଠାରେ ମଠ ସ୍ଥାନ ପରିଦର୍ଶନ କରି ରାଧାବଲ୍ଲଭ ତୁଳସୀ ଉପବନ କରାଯିବା ପାଇଁ ସ୍ଥିର କରି ଥିଲେ ଆଜିର ବୈଠକ ରେ ମିଳିତ ଭାବେ ସମସ୍ତେ ତୁଳସୀ ବନ କରିବା ପାଇଁ ସ୍ଥିର କରିଥିଲେ ଏହି କାର୍ଯ୍ୟ କୁ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ବିଷୟରେ ଆଲୋଚନା କରା ଯାଇ ଦାୟିତ୍ୱ ବଣ୍ଟାଗଲା, ଏହି ଆଲୋଚନା ପରେ ମହାପ୍ରଭୁ ଙ୍କ ଭଜନ କୀର୍ତନ କରାଯାଇ ସମସ୍ତେ ପ୍ରସାଦ ସେବନ କରି ଥିଲେ, ଆଜିର ନିଜକୁ ବିକଶିତ କରିବା କାର୍ଯ୍ୟକ୍ରମ ରେ ଜଗନ୍ନାଥ ଜଗନ୍ନାଥ ଚକାନୟନ ଚକାନୟନ ଭଜନ ଗୁରୁ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଂଯୋଜନା ରେ ଭଜନ ବୋଲି ଵାକୁ ପ୍ରୟାସ କରି ଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରମୋଦିନ ପଣ୍ଡା ଓ ଅଶୋକ ବଳ ପ୍ରମୁଖ ଯୋଗ ଦେଇ ଥିଲେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ସଂସ୍କୃତି ପାଇଁ ଅନେକ କିଛି ନୂତନ କାର୍ଯ୍ୟ କରିବାକୁ ସ୍ଥିର କରାଯାଇ ସଭା ସାଙ୍ଗ କରାଗଲା l
















