ଶ୍ରୀଜଗନ୍ନାଥ ପାଞ୍ଚରାତ୍ର, ଭୁବନେଶ୍ବର ବାପୁଜନଗରସ୍ଥିତ ଦୁର୍ଗା ମନ୍ଦିର ଠାରେ ୫.୨.୨୬ ରୁ ୯.୨.୨୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ l

2
ADVERTISEMENT

ଭୁବନେଶ୍ଵର,୧୩/୦୧(ଲିପିକା ରାଣୀ ରାଉତ ):-ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଅଷ୍ଟମ ବାର୍ଷିକ ପାଳନ ଅବସରରେ ଭୁବନେଶ୍ବରର ବାପୁଜୀନଗରରେ ଥିବା ଦୁର୍ଗା ମନ୍ଦିର ଠାରେ ୫.୨.୨୬ ରୁ ୯.୨.୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଅନୁଷ୍ଠାନର ସାଧାରଣ ସଭା ୮.୨.୨୬ ସକାଳେ ଦୁର୍ଗା ମନ୍ଦିର ବାପୁଜୀ ନଗର ଠାରେ ଅନୁଷ୍ଠିତ ହେବ, ଆଜି ଉପ ସଭାପତି ବୈକୁଣ୍ଠ ମହାପାତ୍ର ସଂପାଦକ ପ୍ରଭାକର ମଲ୍ଲିକ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଉପଦେଷ୍ଟା ରାଧାବଲ୍ଲଭ ସିଂହ ଅର୍ଗାନାଇଜିଂ ସେକ୍ରେଟରି ଡ ନାରାୟଣ ମହାପାତ୍ର କୋଷାଧ୍ୟକ୍ଷ ସୁରେଶ ମିଶ୍ରଙ୍କ ସଂଯୋଜନା ରେ ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକାରୀ ସଭା ରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି, ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଓ ପୂଜ୍ୟ ବାବାଜି ସତ୍ୟାନନ୍ଦ ଦାସ ମହାରାଜ ଏହି ୫ ଦିନିଆ କାର୍ଯ୍ୟକ୍ରମ ରେ ଯୋଗ ଦେଈ ସେମାନଙ୍କ ର ଆଶ୍ରୀବଚନ ପ୍ରଦାନ କରିବେ , ଆଜିର କାର୍ଯକ୍ରମ ସଭାପତି ଙ୍କ ଭିଡିଓ କଲ ରେ ଆରମ୍ଭ କରିବା କୁ ନିର୍ଦ୍ଦେଶ ମିଳିବା ପରେ ଅନୁଷ୍ଠିତ ହୋଇଥିଲା l ଆଜିର ସଭାରେ ପ୍ରଫେ ସର ରାମ ଚନ୍ଦ୍ର ମିଶ୍ର,ପ୍ରସନ୍ନ ମହାପାତ୍ର ରଶ୍ମି ରଞ୍ଜନ ପଟ୍ଟନାୟକ ବଂଶୀଧର ନାୟକ ପୁଷ୍ପଲତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଯୋଗ ଦେବାକୁ ଆମର ସାଦର ନିମନ୍ତ୍ରଣ,ଅନୁଷ୍ଠାନକୁ ଏହି ମହାନ କାର୍ଯ୍ୟ ପାଇଁ ଅନୁଦାନ ପ୍ରଦାନ ପାଈଁ ଯେଉଁ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିପାରିବେ କରିବାକୁ ଅନୁରୋଧ l

Advertisement