ଆଜି ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ ।

16
ADVERTISEMENT

ଭୁବନେଶ୍ୱର,୨୪/୪(ଡ଼ି.ଏଚ ବ୍ୟୁରୋ):-ଆଜି ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ପୁରୀରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅତିଥି ଭାବେ ସାମିଲ ହୋଇ ରାସନ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ l

Advertisement