ନଙ୍ଗଲଘାଟ,୨୫/୭(ଡି.ଏଚ ବ୍ୟୁରୋ):-ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନଙ୍ଗଲଘାଟ ନିକଟରେ ଠାବ ହୋଇଛି ମାଓ କ୍ୟାମ୍ପ । ସ୍ଥାନୀୟ ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଚଢ଼ଉବେଳେ ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବମ୍, ବହୁ ପରିମାଣରେ ଔଷଧ, ଲୁଣ, ହଳଦୀଗୁଣ୍ଡ, ଚାଉଳ ୨୦ କେଜି, ଚା’, ପ୍ଲାଷ୍ଟିକ କଣ୍ଟେନର ଆଦି ମାଓ ସାମଗ୍ରୀ ଜବତ କରାଯାଇଛି।