ନୂଆଦିଲ୍ଲୀ,୧୬/୭(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶ ମେରଟର ରାଲିଚୌହାନ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଉକ୍ତ କାଉଡିଆଙ୍କ ଡିଜେ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାଫଳରେ ବିଦ୍ୟୁତ ତାର ଛିଡିପଡିଥିଲା ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ l ଯାହା ଫଳରେ ଗ୍ରାମବାସୀ ଓ କାଉଡିଆମାନେ ରାସ୍ତା ଅବରୋଧ କରିଛନ୍ତି।