ପୁରୁଷୋତ୍ତମପୁର,୨୪/୧୨(ପ୍ରଭାକର ମହାରଣା):-ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଚିଠି ସଖ୍ୟI -୨୦୨୩୯ (ତା-୦୩/୧୨/୨୨) ପ୍ରକାରେ ପୁରୁଷୋତ୍ତମପୁର ସନସାଇନ ଇଣ୍ଟରନ୍ୟାସନାଲ ସ୍କୁଲକୁ (୦୧-୦୪-୨୦୨୨ ଠାରୁ ୩୧-୦୩-୨୦୨୭) ୫ ବର୍ଷ ପାଇଁ ସରକାରୀ ସ୍ୱୀକୃତି (COR ) ମିଳିଥିବାରୁ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ରଥ ଓ ଅଧ୍ୟକ୍ଷ ସୁନୀଲ ମହାନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଓ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି | ଏହି ଅନୁଷ୍ଠାନ ସରକାରୀ ସ୍ୱୀକୃତି ପାଇବା ଫଳରେ ଏ ଅଂଚଳରେ ଇଂରାଜି ଭାଷା ମାଧ୍ୟମରେ ଶିକ୍ଷା ପ୍ରସାର ସୁଚାରୁରୂପେ ହୋଇ ପାରିବ ବୋଲି ସଭାପତି ଶ୍ରୀ ରଥ ଦୃଢ଼ ଆଶା ପୋଷଣ କରିଛନ୍ତି |