ଇସ୍ରୋ ପକ୍ଷରୁ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ

257
ADVERTISEMENT

ନୂଆଦିଲ୍ଲୀ(ଦୁନିଆ ହାଲ୍ ଚାଲ୍): ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ ହୋଇଛି। ଏହି ସାଟେଲାଇଟ୍‌ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ।  ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ PSLV C-45 ଦ୍ୱାରା ଏହାର ଉତ୍‌କ୍ଷେପଣ ହୋଇଛି।
୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍‌କ୍ଷେପଣ ହୋଇଛି। ଏଥିସହ ଇସ୍ରୋ ପକ୍ଷରୁ ଦୀର୍ଘତମ ମିଶନ ହାତକୁ ନିଆଯାଇଛି।  PSLV C-45 ଦ୍ୱାରା ଉତ୍‌କ୍ଷେପଣର ୧୮୦ମିନିଟ୍‌ ପରେ EMISAT କକ୍ଷପଥରେ ଅବସ୍ଥାପିତ ହେବ।

Advertisement