ବଲାଙ୍ଗୀର,୩୧/୧୨(ସୁନୀଲ ତ୍ରିପାଠୀ) : ଗତକାଲି ଦିନ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଭୋଳ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିଥିଲେ ।ଏହି ଗସ୍ତରେ ଦେଓଗାଁ ବ୍ଲକ ସଇଁତଲା ବ୍ଲକ ଏହାପରେ ମୁରିବାହାଲ ବ୍ଲକର ଚଲକିଠାରେ ତାଙ୍କୁ ସ୍ୱାଗତ କରିବା ସହ ମୁରିବାହାଲ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହାପରେ ମୁରିବାହାଲ ବ୍ଲକର ବଙ୍କେଲ ଗ୍ରାମରେ ମଧ୍ୟ ଏକ ସଭା ଅଯୋଜିତ ହୋଇଥିଲା l ଚଲକି ଗ୍ରାମରେ ହୋଇଥିବା ସଭାରେ ଗୋରୁ ଚାଲାଣ ଏବଂ କେଶରୀୟା ହିନ୍ଦୁ ବାହିନୀର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ବ୍ଲକଗୁଡିକରେ ଆୟୋଜନ ହୋଇଥିବା ସଭାରେ ଜିଲ୍ଲାର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ଆଚାର୍ଯ୍ୟ, ପାଟଣାଗଡ଼ ବ୍ଲକ ସଭାପତି ସୁବ୍ରତ କୁଁଅର, ଶୈଳେନ୍ଦ୍ର ନାଏକ, କବିରାଜ ସାହୁ, ରାଜୁ ନାଏକ, ମୁରିବାହାଲ ବ୍ଲକ ସଭାପତି ସଂଜୀବ କାମ୍ପ, ଗୋପବନ୍ଧୁ ଭୋଇ, ଶ୍ରୀକାନ୍ତ ଭୋଇ, ଗିରିଶ ଭୋଇ ଆଦି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆଜି ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ୯ତମ ପୃଥ୍ୱୀରାଜ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଭୋଳ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ନଗର ସଭାପତି ସନ୍ତୋଷ ସାହୁ,ପାଟଣାଗଡ଼ ବ୍ଲକ ସଭାପତି ସୁବ୍ରତ କୁଁଅର,ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ,ମୂନେଶ ରଥ,ଭାସ୍କର ରାଓ,ସୁଶୀଲ ସାହୁ, ଶୈଳେନ୍ଦ୍ର ନାଏକ,ରାଜୁ ନାଏକ,ଦେବରାଜ ନାଗ,ପ୍ରଦୀପ ସାହୁ,ଗିରିଧାରୀ ସାହୁ,କବିତ୍ର ସାହୁ, ଶଙ୍କର ଅଗ୍ରୱାଲ,ନେପାଲ ସା,ସୀତାରାମ ପ୍ରଧାନ,ରାଜକିଶୋର ସେଠ ଓ କୁଶଙ୍ଗ ଗ୍ରାମର ଜ୍ୟୋତିରଞ୍ଜନ ରାଉତ,ସୁରେଶ ନାଏକ,ଆନନ୍ଦ ନାଏକ,ଟିକମଣୀ ନାଏକ,କିଶୋର,ବନ,ଟିଟୁ,ପ୍ରକାଶ,ଅଜିତ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।
