ଟୋକନ ଦେବାରେ ଅନିୟମିତତା ସିଏସଓଙ୍କୁ ଚାଷୀଙ୍କ ଦାବିପତ୍ର

164
ADVERTISEMENT

ବଲାଙ୍ଗୀର,୦୮/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ସରଗାଡ ସେବା ସମବାୟ ସମିତିରେ ଧାନ ଚାଷୀଙ୍କୁ ଟୋକନ୍ ଦେବାରେ ବ୍ଯାପକ ଅନିୟମିତତା ହୋଇଥିବାର ଅଭିଯୋଗ କରି ସଂପୃକ୍ତ ଅଂଚଳର ଚାଷୀ ମାନେ ଆଜି ବଲାଙ୍ଗୀର ସିଏସ ଓ ଙ୍କୁ ଭେଟିଛନ୍ତି । ଚାଷୀ ମାନେ ଅଭିଯୋଗ କରୁଛନ୍ତି ଯେ ସଂପୃକ୍ତ ପେକ୍ସ ସଂପାଦକ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏସବୁର ଶୀଘ୍ର ତଦନ୍ତ କରି ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବୀ କରୁଛନ୍ତି । ସୁରେନ୍ଦ୍ର କୁମାର ପଟେଲ, ଅର୍ଜୁନ ବେହେରା, ଆନନ୍ଦ ପଟେଲ, କୈଳାସ ପଧାନ ପ୍ରମୂଖ ଚାଷୀ ଏହି ସମୟରେ ଉପସ୍ଥିତ ଥିଲେ ।

Advertisement