ଏଚ୍‌ଆଇଭି ଓ ସିଫିଲିସ୍ ‌ପରୀକ୍ଷାର ଶୁଭାରମ୍ଭ

112
ADVERTISEMENT

ବଲାଙ୍ଗୀର, ୩୦/୧୧( ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ସହର ସ୍ଥିତ ଶାସ୍ତ୍ରୀନଗର ଠାରେ ଥିବା ଇୟୁପିଏଚ୍‌ସିରେ ଆସନ୍ତା ୧ ତାରିଖ ସକାଳ ୧୦ ଟା ୩୦ ମି.ରେ ଏଚଆଇଭି ଓ ସିଫିଲିସ କମ୍ବୋ କିଟରେ ପରୀକ୍ଷା ର ଶୁଭାରମ୍ଭ ହେବ । ଶିଶୁକୁ ଏଚ୍‌ଆଇଭି ଓ ସିଫିଲିସ୍‌ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଏହା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ । ସମସ୍ତ ଗର୍ଭବତୀ ମହିଳା ମାନଙ୍କର ମାଗଣାରେ ଏଚ୍‌ଆଇଭି ଓ ସିଫିଲିସ୍‌ର ପରୀକ୍ଷା ମମତା ଦିବସରେ କରାଯିବ । ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସମିତି ପକ୍ଷରୁ ଗର୍ଭବତୀ ମହିଳାଙ୍କ ଗର୍ଭଧାରଣର ପ୍ରଥମ ତିନିମାସ ମଧ୍ୟରେ ଏଚ୍‌ଆଇଭି ଓ ସିଫିଲିସ୍‌ ପରୀକ୍ଷା କରିନେବା ପାଇଁ ଅନୁରୋଧ କରାଯାଇଛି । ଏଥିପାଇଁ ଟୋଲ୍ ଫ୍ରି ନମ୍ବର – ୧୦୯୭ ମଧ୍ୟ ଜାରୀ କରାଯାଇଛି ।

Advertisement