ବଲାଙ୍ଗୀର ,୨୬/୭(ସୁନୀଲ ତ୍ରିପାଠୀ): ବେହେରାପାଲିରେ କେତେଜଣ ସଂକ୍ରମିତ ଚିହ୍ନଟ ହେବା ପରେ ବେହେରାପାଲିର କିଛି ଅଞ୍ଚଳକୁ ବଲାଙ୍ଗୀର ପ୍ରଶାସନ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛି l ବଳରାମ ବାଗଙ୍କ ଘର ଠାରୁ ଦୀପଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଏବଂ ନୃପ ଦୀପଙ୍କ ଘରଠାରୁ ଅଙ୍ଗନବାଡି ସେଣ୍ଟର ସାମ୍ନା ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି l ଏହି ସମୟରେ ଉକ୍ତ ଅଞ୍ଚଳକୁ ଯାନବାହନ ଏବଂ ଜନ ସାଧାରଣଙ୍କ ଗମନାଗମନ ବନ୍ଦ ରହିବ l ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବା ଦାୟିତ୍ୱ ଉପଜିଲ୍ଲାପାଳ ବହନ କରିବେ।