ସାମାଜିକ ଉତ୍ତରଦାୟିତ୍ଵ ନେଇ ମହିଳାଙ୍କୁ ସିଲେଇ ମେସିନ ବାଣ୍ଟିଲେ କଳିକେଶ

274
ADVERTISEMENT

ବଲାଙ୍ଗୀର,୨୪/୭(ଦେବବ୍ରତ ଗୁରୁ) : ବଲାଙ୍ଗିରର ପୁର୍ବତନ ଲୋକସଭା ସାସଂଦ କଳିକେଶ ନାରାୟଣ ସିଂହଦେଓ ଆଜି ବଲାଙ୍ଗିରର ସହର ଓ ବଲାଙ୍ଗିର ବ୍ଲକ ଅଞ୍ଚଳର ୬୦ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସିଲେଇ ମେସିନ ପ୍ରଦାନ କରିଛନ୍ତି । ବର୍ତ୍ତମାନ କୋରେନା ମହାମାରୀ ସମୟରେ ବହୁ ମହିଳା କାମ ଅଭାବରୁ ଅସୁବିଧାରେ ରହୁଛନ୍ତି । ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ମହିଳାମାନେ ସ୍ବାବଲମ୍ବୀ ହେବାର ଆବଶ୍ଯକତା ରହିଛି । ତେଣୁ ଏହି ସିଲେଇ ମେସିନ ପ୍ରଦାନ କରିଛନ୍ତି। ଆଜି ଦିନ ୧୧ ଟା ବେଳେ ଶୈଳଶ୍ରୀ ପେଲେସ ଠାରେ ସମସ୍ତେ ମହିଳାଙ୍କୁ ଏହି ମେସିନ ବଣ୍ଟନକରାଯାଇଥିଲା । ବଲାଙ୍ଗିରର ସହରରେ ଥିବା ମହିଳ ଗୋଷ୍ଠୀ ମାନେ ଅସହାୟ ମହିଳାଙ୍କ ତାଲିକା ପ୍ରସ୍ତୁତ କରି ଦେଇଥିଲେ ।
ସେହି କ୍ରମରେ ସେହି ମହିଳାଙ୍କୁ ପ୍ରାଥମିକତା ଭିତ୍ତିରେ ମେସିନ ପ୍ରଦାନ କରାଯାଇଥିଲା । ସେହିପରି ବଲାଙ୍ଗିରର ବ୍ଲକର କିଛି ମହିଳା
ମଧ୍ଯ ଆଜି ଏହି ମେସିନ ପାଇଛନ୍ତି । ଆଗକୁ ଆହୁରି ମହିଳାଙ୍କୁ ମେସିନ ପ୍ରଦାନ କରାଯିବ ବୋଲି କଳିକେଶ କହିଛନ୍ତି । ପ୍ରକାଶ
ଯେ,କଳିକେଶ ନାରାୟଣ ସିଂହଦେଓ ସାସଂଦ ଥିବାବେଳେ ମଧ୍ଯ ପ୍ରାୟ ୫୦୦ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରିଥିଲେ ।ଗତ କିଛିଦିନ ତଳେ କ୍ବାରେଣ୍ଟାଇନ୍ ରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏପରିକି ବଲାଙ୍ଗିର ସହରର ହାତୀଶାଲପଡ କନ୍ଟେଣ୍ଟମେଣ୍ଟ ଜୋନରେ ରହିଥିବା ବେଳେ ସେଠି କାର ଲୋକେ କାମ ଧନ୍ଦା କରିଯାଇ ପାରୁନଥିଲେ । ତେଣୁ ତାଙ୍କ ପାଇଁ ମଧ୍ଯ ରାସନ ସାମଗ୍ରୀ ପଠାଇଥିଲେ । କଳିକେଶ ତାଙ୍କ ନିଜସ୍ବ ଅର୍ଥ ରେ ଏ ସବୁ ସାମଗ୍ରୀ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି । ଆଜି ଏହି ମେସିନ ବଣ୍ଟନ କାର୍ଯ୍ୟକ୍ରମ ପୁର୍ବରୁ କଳିକେଶ ବିଜୁ ଜନତା ଦଳର ରାଜ୍ଯ ସାଧାରଣ ସମ୍ପାଦକ ହୋଇଥିବାରୁ କର୍ମୀ ମାନେ ସମ୍ବର୍ଦ୍ଧିତ କରିଥିଲେ।

Advertisement