ସଡକ ଦୁର୍ଘଟଣାରେ ଜଣେ ମୃତ

237
ADVERTISEMENT

ବଲାଙ୍ଗୀର, ୨୩/୭(ସୁନୀଲ ତ୍ରିପାଠୀ ) : ଆଜି ବଲାଙ୍ଗୀର ସୋନପୁର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି l ମୃତ ବ୍ୟକ୍ତି ଜଣକ ମଲମୁଣ୍ଡାର ଟୁଁଚୁ ଦୀପ ଏବଂ ଅନ୍ୟ ଜଣେ ଗ୍ରାମର ରାଜେଶ ମହାନନ୍ଦ l ଏକ OR 07C 9473 ନମ୍ବର ଥିବା ଟ୍ରକ OR 17D 7480 ନମ୍ବରର ଏକ ବାଇକକୁ ସୋନପୁର ବଲାଙ୍ଗୀର ଜାତୀୟ ରାଜପଥରେ ଥିବା ଟୋଲ ଗେଟ ନିକଟରେ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Advertisement