ବଲାଙ୍ଗୀର, ୨୩/୭(ଦେବବ୍ରତ ଗୁରୁ) : ଗତ ଶୁକ୍ରବାର ଦିନ ବଲାଙ୍ଗୀର ଜ଼ୀଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ନୂଆବନ୍ଦ ଗ୍ରାମର ଅଞ୍ଜୁ ବାଗ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ପାଇଁ ଉନ୍ନତମାନର ଚିକିତ୍ସା ର ସୁବିଧା ତଥା କରୋନା ଭୟରେ ଉକ୍ତ ଘରୋଇ ନର୍ସିଂ ହୋମକୁ ଅଣାଯାଇଥିଲା । ଏବଂ ଉକ୍ତ ମହିଳାକୁ ଅଣାଯାଇଥିଲା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ତଥା ସାଧାରଣ ପ୍ରସବ ହେବ ବୋଲି ଡାକ୍ତର କହିଥିଲେ । ପରେ କିଛି ଘଣ୍ଟା ସମୟ ବ୍ୟବଧାନ ପରେ କହିଲେ ଅସ୍ତ୍ରୋପଚାର କରାଯିବ ଓ ପଇସା ତୁରନ୍ତ ପଇଠ କରିଦିଅ ଓ ତାହା ମଧ୍ୟ ହେଲା । ମହିଳା ଜଣକ ଏକ ଶିଶୁ ପୁତ୍ର ମଧ୍ୟ ଜନ୍ମ ଗ୍ରହଣ କଲେ । କିନ୍ତୁ ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ଗୃହରୁ ବାହାରକୁ ବାହାର କରି ନ ଥିଲେ ନର୍ସିଂହୋମ କର୍ମଚାରୀ । ତେବେ ପରିବାର ଲୋକେ ବ୍ୟସ୍ତ ହୋଇ ପଚାରିବାରୁ କହିଲେ ମା ଓ ଶିଶୁ ଦୁହେଁ ଭଲ ଅଛନ୍ତି । ରକ୍ତ ଆବଶ୍ୟକ କହି ଦୁଇ ବୋତଲ ରକ୍ତ ମଧ୍ୟ ପରିବାର ଲୋକେ ଦେଇଥିଲେ ।ଶେଷରେ ମା ର ଦେହ ଟିକିଏ ଗୁରୁତର ଅଛି ଓ ତାଙ୍କୁ ବୁର୍ଲା ନେବାକୁ ପଡିବ ବୋଲି କହିଥିଲେ ଡ଼ାକ୍ତର ଜଣକ । ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ବୁର୍ଲାରେ ଥିବା ସମଲେଇଶ୍ୱରୀ ନର୍ସିଂ ହୋମକୁ ନେଇଥିଲେ ଓ ସେଠି ତାଙ୍କୁ ମୃତ ଘୋଷଣା କରିଥଲେ । ତେବେ ମୃତ୍ୟୁ ର କାରଣ ନର୍ସିଂହୋମ କତ୍ତୃପକ୍ଷ ସ୍ପଷ୍ଟ କରି ନ ଥିବା ବେଳେ ଅସ୍ତ୍ରୋପଚାର ସମୟରେ ଏଭଳି କିଛି ଘଟିଥିବା ଓ ଯାହା ଫଳରେ ରକ୍ତସ୍ରାବ ବନ୍ଦ ହେଉ ନ ଥିବା ଭଳି ଅଭିଯୋଗ ଆଣିଛନ୍ତି ପରିବାରର ଲୋକମାନେ।
ଶିଶୁ ଜନ୍ମ ହୋଇ ଚେତା ଫେରିବା ପରେ ସେ ପ୍ରଥମେ ତାଙ୍କ ଭଉଣୀଙ୍କୁ ଦେଖା କରିଥିଲେ ଓ ତାଙ୍କୁ ଅଯଥାରେ ଅସ୍ତ୍ରୋପଚାର କରିଥିବା କଥା କହିଥିଲେ । ତେବେ ସବୁଠୁଁ ବଡ କଥା ହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ କିଭଳି ଭାବରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଭଳି ପ୍ରଶ୍ନ କରିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏନେଇ ଜ଼ୀଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଲେ ଯେ ତାଙ୍କ ପାଖକୁ ଉକ୍ତ ଘଟଣା ସଂକ୍ରାନ୍ତିୟ କୋୖଣସି ଅଭିଯୋଗ ଆସିନାହିଁ ଯଦି ଆସେ ତେବେ ନିଶ୍ଚିତ ଭାବରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।