ଲିବରେସନର ରୋଡ଼ ମରାମତି ଦାବୀ

275
ADVERTISEMENT

ବଲାଙ୍ଗୀର,୨୨/୦୭(ଦେବବ୍ରତ ଗୁରୁ) : ବିଲେଇସର୍ଦାରୁ ଭଦ୍ରାପାଲି ଦେଇ ଯାଇଥିବା ରାସ୍ତା ଯାହା ସୋନପୁର ରାଜପଥକୁ ସଂଯୋଗ କରୁଛି ତାହା ଗତ ଫନି ବାତ୍ୟାରେ ଧୋଇହୋଇ ଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ତାର ପୁନଃନିର୍ମାଣ କିମ୍ବା ମରାମତି କାରାଯାଇ ନାହିଁ l ବାରମ୍ବାର ଜନପ୍ରତିନିଧି ମାନଙ୍କୁ ଅନୁରୋଧ କରିବା ସତ୍ୱେ କିଛି ସୁଫଳ ନ ମିଳିବାରୁ ଆଜି ଲିବରେସନର ତରଫରୁ ଚ୍ୟାରମେନ ଶ୍ରୀ ସତ୍ୟ ହୋତା ଏବଂ ଅନ୍ୟ ସଦସ୍ୟଗଣ ଗ୍ରାମ୍ୟ ଉନ୍ନୟନ ବିଭାଗ ବଲାଙ୍ଗୀରର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ l ଶ୍ରୀ ଯନ୍ତ୍ରୀ ଅତିଶୀଘ୍ର ଟେଣ୍ଡର ଡାକି କାମ ସମ୍ପନ କରାଯିବାର ପ୍ରତିଶୃତି ଦେଇଥିଲେ l

Advertisement