ବଲାଙ୍ଗିର,୨୧/୦୭(ଦେବବ୍ରତ ଗୁରୁ ) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ବୈରାଗିପାଲି ଗାଁରେ ଅଘଟଣ । ହଳ କରୁଥିବାବେଳେ ଟ୍ରାକ୍ଟର ଓଲଟି ଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବୈରାଗିପାଲି ଗାଁର ମିଥୁନ ସୁନା ନିଜ ଟ୍ରାକ୍ଟର ଯୋଗେ ଜମିରେ ହଳ କରୁଥିଲେ । ଗୋଟିଏ କ୍ଷେତରୁ ହଳ କରି ଆଉ ଗୋଟିଏ କ୍ଷେତକୁ ଗଲା ବେଳେ ହିଡରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ସେ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ପାଖରେ ଥିବା ଲୋକ ଆସି ଉଦ୍ଧାର ନକରି ପାରିବାରୁ ଜେସିବି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
