ପର୍ଦ୍ଧିଆପାଲି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ୍

122
ADVERTISEMENT

ବଲାଙ୍ଗିର,୨୧/୦୭(ସୁନୀଲ ତ୍ରିପାଠୀ) : ଗତ ଜୁଲାଇ ୧୬ ତାରିଖରେ ପର୍ଦ୍ଧିଆପାଲିରେ ହୋଇଥିବା ଲାଠିମାଡ଼ ଓ ହତ୍ୟା ଘଟଣାର ତଦନ୍ତ କରି ଦେଓଗାଁ ପୋଲିସ ଆଜି ୪ଜଣ ଅଭିଯୁକ୍ତକୁ ଗିରଫ୍ କରିଛି। ଗାଁ ର ଦେବାନନ୍ଦ ବର୍ଗେ ଙ୍କୁ ଲାଠିମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ତଥା ତାଙ୍କ ପୁଅ ଓ ସ୍ତ୍ରୀ ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଏବଂ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦେଓଗାଁ ପୋଲିସ ଭୋଜରାଜ ଭୋଇ, ବୁଲୁ ଭୋଇ, ବିଶି ଭୋଇ ଓ ରୋହିତ ବିଶ୍ଵାଳକୁ ଅଭିଯୋଗ ଆଧାରରେ ଗିରଫ୍ କରିଛି।

Advertisement