ବଲାଙ୍ଗୀର,୧୬/୭,(ସୁନୀଲ ତ୍ରିପାଠୀ) :ସରକାର ନଗର ଉନ୍ନୟନ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଲାଙ୍ଗୀର ପୌର ପରିଷଦରେ ଉନ୍ନୟନ କାମ ବାଟବଣା ହୋଇ କେବଳ କାଗଜ କଲମରେ ସୀମିତ ଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ପୌର ପରିଷଦ ୧୮ ନମ୍ବର ଓ୍ବୋଡ଼ର ରାଜୀବ ନଗର ଗୋଟିଏ ବରଗଛ ଗଳିରେ । ଭଲ ଭାବରେ ଦେଖନ୍ତୁ ଏହା ହେଉଛି ରାଜୀବନଗର ପଡାର ଦୃଶ୍ୟ, କି ଭଳି ଭାବେ ପଙ୍କକାଦୁଅରେ ଯାତାୟାତ କରୁଛନ୍ତି ଲୋକମାନେ ଏବଂ କି ଭଳି ଏହି ପଡାର ଲୋକ ମାନେ ନିଜ ବାଇକ ବହୁ କଷ୍ଟରେ ବାହାର କରୁଛନ୍ତି ଏବଂ ପରିବା ବିକାଳୀ ବି ଏହି ପଙ୍କ ରେ ନିଜ ପରିବା ବିକୁଅଛି । ଅସରାଏ ବର୍ଷା ହେଲେ ଲୋକଙ୍କର ଘର ଭିତରକୁ କିଭଳି ବର୍ଷା ପାଣି ନଦୀ ଭଳି ପଶୁଛି ଦେଖିଲେ ଆପଣ ଆବାକ ହୋଇଯିବେ । ଏହା ଗୋଟିଏ କି ଦୁଇ ଦିନର ଘଟଣା କି ଦୁର୍ଦଶା ନୁହେଁ ,ଆଜକୁ ଚାରିବର୍ଷ ହେବ ଏହି ପଡା ବାସୀ ଅସୁବିଧାର ସମ୍ବୁଖିନ ହେଉଥିବା ବେଳେ ପୌର ପରିଷଦର ଅପାରଗତା ସ୍ପଷ୍ଟ ଭାବରେ ଜଣା ପଡୁଅଛି । ପୌର ଅଧିକାରୀ ,ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରୁମ୍ବାର ପତ୍ର ଲେଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ପଡ଼ାବାସୀ ଅଭିଯୋଗ କରିବା ସହିତ ପ୍ରତକ୍ରିୟା ଦେଇଛନ୍ତି । ଯଦି ବଲାଙ୍ଗୀର ସହର ମଧ୍ୟରେ ଏଭଳି ଅବସ୍ଥାରେ ଲୋକେ ଜୀବନ ଯାପନ କରୁଛନ୍ତି ତେବେ ଗ୍ରାମାଞ୍ଚଳର ଅଭସ୍ତା କିଭଳି ଥିବ ଅନୁମାନ କରିହେବ । ତେବେ ଦେଖିବାକୁ ବାକି ରହିଲା କେତେଦିନ ପରେ ପ୍ରଶାସନର ଶୁଭ ଦୃଷ୍ଟି ଏହି ରାଜୀବନଗର ପଡା ଉପରେ ପଡୁଅଛି ।