ବଲାଙ୍ଗୀର,୧୪/୦୭(ଦେବବ୍ରତ ଗୁରୁ): ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଗ୍ରାମପଞ୍ଚାୟତର ଦେଦର୍ହ ଗାଁ ର ଗୋଚର ପଡା ରେ କୋରୋନା ପୋଜିଟିଭ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ତରଫରୁ ଆଜି କିଛି ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି l ଗ୍ରାମର ଗୋଚର ପଡାର ଗନ ମେହେରଙ୍କ ଘରଠାରୁ ରାମ ପ୍ରସାଦ ଦାସଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଓ ଗୋଚର ପଡାର ଅନ୍ୟ ସବୁ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି l ଏହି ଅଞ୍ଚଳକୁ ବାହାରୁ ଯାନବାହାନ ଏବଂ ଲୋକଙ୍କ ଗମନା ଗମନ ନିଷିଦ୍ଧ କରାଯାଇଛି l ମେଡ଼ିସିନ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବା ଦାୟିତ୍ୱ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି l