ବଲାଙ୍ଗୀର,୧୧/୦୭ (ଦେବବ୍ରତ ଗୁରୁ ): WB 49N 0286 ନମ୍ବର ବିଶିଷ୍ଟ ଏକ ଆଲୁ ବୋଝେଇ ଟ୍ରକ ବଲାଙ୍ଗିର ପଟୁ ଆଠଗାଁ ଆଡକୁ ଯାଉଥିବା ବେଳେ ଏକ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଭାରସାମ୍ଯ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡ୍ରାଇଭର ଓ ହେଲପର ଅଲ୍ପକେ ବର୍ତ୍ତିଯାଇ ଥିବା ବେଳେ ଟ୍ରକ୍ ଟି ରାସ୍ତା ପାର୍ଶ୍ଵ ରେ ଓଲଟି ପଡିଛି।