ଠିକାଦାରପଡା କଣ୍ଟେନମେଣ୍ଟ ଜୋନ

120
ADVERTISEMENT

ବଲାଙ୍ଗୀର,୧୦/୭,(ଦେବବ୍ରତ ଗୁରୁ): ଆଜି ଠିକାଦାରପଡ଼ାକୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି l ଠିକାଦାରପଡାର ଗୌରୀ ଶଙ୍କର ନାଏକଙ୍କ ଘର ଠାରୁ ତ୍ରିଲୋଚନ ବେହେରାଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି ଏବଂ ପଡ଼ାର ଅନ୍ୟ ଅଞ୍ଚଳକୁ ବଫର ଜୋନ କରାଯାଇଛି l ଏ ଅଞ୍ଚଳର କୌଣସି ବ୍ୟକ୍ତି ଅନ୍ୟତ୍ର ଯାତାୟତ କରିପାରିବେ ନାହିଁ l କୌଣସି ଯାନବାହାନ କଣ୍ଟନମେଣ୍ଟ ଜୋନ କୁ ବାହାରୁ ଆସିପାରିବ ନାହିଁ l ଏଠାରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ବନ୍ଦ ରହିବ l ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଔଷଧ ପହଂଚାଇବା ଦାୟିତ୍ୱ ଉପଜିଲ୍ଲାପାଳଙ୍କୁ ଦିଆ ଯାଇଛି l ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦେଶନାମା ଜାରି ରହିବ l

Advertisement