ବଲାଙ୍ଗୀର ରେ ପୁଣି ସଟଡ଼।ଉନ୍ ଅବଧି ବଢ଼ାଇଲେ ଜିଲ୍ଲା ପ୍ରଶାସନ

144
ADVERTISEMENT

ବଲାଙ୍ଗୀର ୯/୭(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲାପାଳ ବଲାଙ୍ଗୀରରେ କୋରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ନୁଆଁ ମାର୍ଗଦର୍ଶିକା ଜାରି କରିଛନ୍ତି l ଏଥିରେ କୁହାଯାଇଛି ଯେ ଆସନ୍ତାକାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଲାଙ୍ଗୀରରେ ସନ୍ଧ୍ୟା ୫ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ l ବିନା କାରଣରେ ଜନ ସାଧାରଣ ଯାତାୟତ କରିପାରିବେ ନାହିଁ l ଦୁଇ ଚକିଆ ଏବଂ ତିନି ଚକିଆ ଯାନକୁ ମଧ୍ୟ କଟକଣାଭୁକ୍ତ କରାଯାଇଛି l ଯେଉଁମାନେ ନିର୍ଦେଶାବଳୀର ଉଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଅତ୍ୟାବଶ୍ୟକୀୟ କାମ ଥିଲେ କିମ୍ବା ମେଡିକାଲ କାମ ଥିଲେ ସେମାନଙ୍କୁ କଟକଣାରୁ ବାଦ ଦିଆଯିବl l

Advertisement