ପୋଖରୀରେ ବୁଡି ଜଣେ ମୃତ

393
ADVERTISEMENT

ବଲାଙ୍ଗୀର ୯/୭( ଦେବବ୍ରତ ଗୁରୁ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖମାର ମଠ ନିକଟ ଏକ ଅବ୍ୟବହୃତ ପୋଖରୀରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର । ଯୁବକ ଜଣକ କୌଣସି କାମରେ ଖମାର ମଠକୁ ଆସିଥିବାବେଳେ ନିକଟରେ ଥିବା ଏକ ପୋଖରୀରେ ମରି ପଡିଥିବା କିଛ ଲୋକ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅଧିକ ଅନୁସନ୍ଧାନ କରୁଛି । ଯୁବକ ଜଣକ ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

Advertisement