ହାତିଶାଲପଡା କଣ୍ଟେନମେଣ୍ଟ ଜୋନରେ ଘୋଷିତ : ଏଠି କଳିକେଶଙ୍କ ସହାୟତା ବଢ଼ାଇଛନ୍ତି

177
ADVERTISEMENT

ବଲାଙ୍ଗୀର ୮/୭( ଦେବବ୍ରତ ଗୁରୁ):  ବଲାଙ୍ଗୀର ହାତିଶାଳପଡା ରେ ମୋଟ ୪୩ ଜଣଙ୍କର କରୋନା

ପଜିଟିଭ ଆସିବା ପରେ ସହରରେ ଚାଞ୍ଚଲ୍ୟ ଖୋଲିଯାଇଛି  ।   ସେହି ପଡାକୁ ପ୍ରଶାସନ କନଟେନଣ୍ଟମେଣ୍ଟ ଜୋନ ଘୋଷଣା କରିଛନ୍ତି  । ଗତ

ଜୁଲାଇ ତାରିଖ ରୁ  କନଟେନଣ୍ଟମେଣ୍ଟ  ଜୋନ  କରାଯାଇଛି  ।  ସେହି ଅଞ୍ଚଳରେ ମୁଖ୍ଯତଃ ଶ୍ରମିକ ଦିନ ମଜୁରିଆ ମାନେ ରହୁଛନ୍ତି  ।   ତେଣୁ ଦୈନିକ  ରୋଜଗାର  ନକଲେ  ତାଙ୍କର  ଚୁଲି  ଜଳେ  ନାହିଁ  ।   ଏହି ଅଞ୍ଚଳକୁ  କନଟେନଣ୍ଟମେଣ୍ଟ  ଜୋନ  ଘୋଷଣା  ପରେ  ସେମାନଙ୍କର ଜୀବିକା ଚାଲିଯାଇଛି  । ପ୍ରଶାସନ ତାଙ୍କୁ କୌଣସି ରାସନ ଦେଉନି  କି ଖାଦ୍ଯ ପଦାର୍ଥ ଦେଉନାହିଁ। ଫଳରେ ସେମାନେ ବହୁତ ଅସୁବିଧା   ରେ

ରହୁଛନ୍ତି।  ଏ  ବିଷୟରେ  ପୁର୍ବତନ  ଲୋକସଭା  ସାସଂଦ  କଳିକେଶ ଜାଣିବା   ପରେ  ଆଜି  ସହାୟତା  ର  ହାତ  ବଢାଇଛନ୍ତି   ।   ଆଜି କଳିକେଶଙ୍କ   ନିର୍ଦ୍ଦେଶରେ   ବିଜେଡିର  ଏକ  ପ୍ରତିନିଧି  ଦଳ  ୨୦୦

ପ୍ଯାକେଟ  ରାସନ ହାତିଶାଳପଡା କୁ ପହଞ୍ଚାଇଛନ୍ତି  । ଏହି ପ୍ଯାକେଟରେ  ଚାଉଳ,  ଡାଲି,  ତେଲ,  ଲୁଣ,  ପିଆଜ,  ଆଳୁ,  ଚିନି,   ଚାପତି ଇତ୍ୟାଦି  ରହିଛି  ।  ହାତିଶାଳପଡା  ର  ଅସହାୟ  ପରିବାର କୁ ଉକ୍ତ

ରାସନ ସ୍ଥାନୀୟ ସ୍ବଚ୍ଛାସେବୀମାନେ ବଣ୍ଟନ କରିଛନ୍ତି  । ହାତିଶାଳପଡାର ବଫର ଜୋନରେ ଥିବା ଓଡିଶା ଭବନ ପର୍ଯ୍ୟନ୍ତ ଏହି  ରାସନ ଗାଡି ପହଞ୍ଚାଯାଇଥିଲା । ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀ, ବରିଷ୍ଠନେତା ପ୍ରଦ୍ଯୁତ ମିଶ୍ର,  ସଞ୍ଜିବ ମିଶ୍ର,  ବୁଲୁ ବେହେରା,  ସଂଜୀବ ନାଥ,ସ୍ବରୁପ ଦାସ, ରାଜେଶ ଦୋରା, ଅଭୟ ସାହୁ, ନରେନ୍ଦ୍ର ପାତ୍ର,  ପ୍ରମୁଖ

ଏହି  ପ୍ରତିନିଧି   ଦଳରେ   ରହିଛନ୍ତି  ।  ପ୍ରକାଶ  ଯେ,  ଏହା ପୂର୍ବରୁ କଳିକେଶ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ମଧ୍ଯ  ୫୦୦୦ ପ୍ଯାକେଟ ରାସନ ସାମଗ୍ରୀ ବାଣ୍ଟିଥିଲେ  ।

Advertisement