ବଲାଙ୍ଗୀର ୪/୭ (ସୁନୀଲ ତ୍ରିପାଠୀ ) :ବଲାଙ୍ଗୀର ଟାଉନ ପୋଲିସ ଆଜି ୪ ଜଣଙ୍କୁ ବାଇକ ଚୋରି ଅଭିଯୋଗ ରେ ଗିରଫ୍ କରିଛି ।ସେମାନଙ୍କର ନାମ ହେଲା ରବୀନ୍ଦ୍ର ଦାସ, ନାଥ ଦାସ, ହରିଶଙ୍କର ମେହେର ଓ ତପି ରଣା କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ନିକଟରୁ ଅନେକ ସମୟରେ ବାଇକ ଚୋରୀର ତଦନ୍ତ କରି ଗିରଫ୍ କରିଥିବାର ଟାଉନ ଥାନା ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସେମାନଙ୍କ ଠାରୁ ୭ ଟି ବାଇକ ଜବତ କରାଯାଇଛି।