ପାରଳାଖେମୁଣ୍ଡି, ୨୪/୫(ପ୍ରଭାତ କୁମାର ପାତ୍ର):ରାଜ୍ୟରେ ଆଜି ୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସେମାନେଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ୪ ଜଣ। ଜିଲ୍ଲାରେ ପ୍ରଥମ ଥର ପାଇଁ କୋଭିଡ-୧୯ ମହାମାରୀ ପଶିଛି। ଆଉ ଏହା ପରେ ପୂରା ସତର୍କ ହୋଇପଡିଛି ଜିଲ୍ଲା ପ୍ରଶାସନ। ଯାହା ଜଣାପଡିଛି ଆକ୍ରାନ୍ତଙ୍କ ମଧ୍ୟରୁ ଗୁମ୍ମା ବ୍ଲକର ୨ ଜଣ ଅଛନ୍ତି। ସେହିଭଳି କାଶିନଗର ଓ ଗୋଷାଣୀ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସେମାନଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି। ସେହିପରି କାଶୀନଗର ବ୍ଲକର ମଣ୍ଟିଗୁଡା, ଗୁମ୍ମା ବ୍ଲକର ଜଗନ୍ନାଥପୁର ଓ ବନ୍ଧମୁଣ୍ଡା ଏବଂ ଗୋଷାଣୀ ବ୍ଲକର ତାଟିପେଟା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଏକାଧରକେ ୩ଟି ବ୍ଲକରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି।