ଦାମ୍ପତ୍ୟ ଜୀବନରେ ବହୁ ଝଡ଼ଝଞ୍ଜାର ସାମ୍ନା ହେବାକୁ ପଡ଼ିଥାଏ। ବେଳେ ବେଳେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ବିବାହ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ବାସ୍ତୁ ଦୋଷ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ। ଆଜି ଆମେ ଆପଣଙ୍କୁ କିଛି ଫଟୋ ବିଷୟରେ କହିବୁ ଯାହାକୁ ଆପଣ ନିଜ ବେଡ୍ରୁମ୍ରେ ଲଗାଇଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୂରତା କମିବ ଓ ଭଲପାଇବା ବଢ଼ିବ।
ରାଧାକୃଷ୍ଣ ଫଟୋ- କୁହାଯାଏ, ବେଡ୍ରୁମରେ କୌଣସି ଠାକୁରଙ୍କ ଫଟୋ ଲଗାଇବା ଉଚିତ ନୁହେଁ। କିନ୍ତୁ କୌଣସି ଦମ୍ପତିଙ୍କ ମଧ୍ୟରେ ଯଦି ସବୁବେଳେ ଝଗଡ଼ା ଲାଗି ରହିଥାଏ, ତେବେ ସେମାନେ ବେଡ୍ରୁମରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇ ପାରିବେ। କାରଣ ରାଧା-କୃଷ୍ଣ ହେଉଛନ୍ତି ପ୍ରେମର ପ୍ରତୀକ। ତେଣୁ ଏହା ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିଥାଏ। ହେଲେ ରାଧା-କୃଷ୍ଣଙ୍କ ସହିତ ଗୋପୀମାନଙ୍କ ଫଟୋ ଯେପରି ନ ରହେ, ସେଥିପ୍ରତି ଧ୍ୟାନ ରଖନ୍ତୁ।
ମୟୁର ଓ ମୟୁରୀ- ବେଡ୍ରୁମରେ ମୟୂର-ମୟୂରୀ ଫଟୋ ଲଗାଇରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଯଥା ଝଗଡ଼ା ହୁଏ ନାହିଁ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହୁଏ। ମୟୂରକୁ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି କୁହାଯାଏ। କାରଣ ସେ ରାଧାଙ୍କୁ ପ୍ରସନ୍ନ କରିବା ପାଇଁ ମୟୂର ରୂପ ଧାରଣ କରିଥିଲେ।
ହଂସ ଯୋଡ଼ା- ବେଡ୍ରୁମରେ ଦୁଇ ହଂସ ଯୋଡ଼ାର ଫଟୋ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୁଏ ନାହିଁ। ସେହିପରି ଆପଣ ଯଦି ଘରେ ଅଭାବ ଅନଟନ ଦୂର କରିବାକୁ ଚାହୁଁଛନ୍ତି ତେବେ ଘରର ହଲରେ ଏକ ବଡ଼ ଧଳା ହଂସର ଫଟୋ ଲଗାନ୍ତୁ।
ଶୁଆ ଯୋଡ଼ି- ସ୍ୱାମୀସ୍ତ୍ରୀ ସମ୍ପର୍କରେ ପ୍ରେମ ବଢ଼ାଇବା ପାଇଁ ବେଡ୍ରୁମରେ ଦୁଇଟି ଶୁଆ ଏକାଠି ଥିବା ଫଟୋ ଲଗାନ୍ତୁ। ଶୁଆକୁ କାମଦେବଙ୍କ ପତ୍ନୀ ଦେବୀ ରତିଙ୍କ ପ୍ରତୀକ କୁହାଯାଏ। ଏହି ଫଟୋ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ବିତିବା ସହିତ ସୌଭାଗ୍ୟ ପ୍ରାପ୍ତ ହୁଏ।