“ସମାଜର’ ପୂର୍ବତନ କର୍ମଚାରୀଙ୍କ ପରଲୋକ

356
ADVERTISEMENT

କଟକ,୧୮ା୩(ବ୍ୟୁରୋ): “ସମାଜ’ର ପୂର୍ବତନ ବରିଷ୍ଠ କର୍ମଚାରୀ ରମେଶ ଚନ୍ଦ୍ର ମିଶ୍ରଙ୍କର ମଙ୍ଗଳବାର ସନ୍ଧ୍ୟା ୬ଟା ୧୫ରେ ପରଲୋକ ହୋଇଯାଇଛି । ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଶୁଭାସିନୀ, ବଡପୁଅ ପିଂଟୁ, ସାନପୁଅ ଚିଂଟୁ, ଝିଅ ଅର୍ଚ୍ଚନା, ସାଧନା ଓ ନାତିନାତୁଣୀ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ “ସମାଜ’ ଅନୁଷ୍ଠାନ ପକ୍ଷରୁରୁ ସହକାରୀ ପ୍ରଶାସନିକ ଅଧିକାରୀ ସୟଦ ଇମ୍ତିୟାଜ ଅହମ୍ମଦ ଖପୁରିଆ ଲେବର କଲୋନୀସ୍ଥିତ ବାସଭବନରେ ପହଂଚି ଶବ ଧାରାରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାତିରେ ଖାନ ନଗରସ୍ଥି ସ୍ୱର୍ଗଧାମଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସ୍ୱର୍ଗତ ମିଶ୍ର ୧୯୪୪ରେ ଗଞ୍ଜାମ ଜିଲ୍ଲା ଅଲଆରସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୫୯ରେ ସେ “ସମାଜ’ ଅନୁଷ୍ଠାନରେ ଚାକିରି ଜୀବନ ଆରମ୍ଭ କରିଥିଲେ । ବିଭିନ୍ନ ପଦପଦବୀରେ ରହି ନିଷ୍ଠ।ର ସହିତ ଦାୟିତ୍ୱ ତୁଲାଇବା ପରେ ୨୦୦୨ରେ ସେ ପ୍ରେସ ସୁପରଭାଇଜର ଭାବେ ଅବସରଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ “ସମାଜ’ ଅନୁଷ୍ଠାନ ତରଫରୁ ଗଭୀର ଶୋକପ୍ରକାଶ କରାଯିବା ସହିତ ଶୋକ ସନ୍ତପ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି ।

Advertisement