କେନ୍ଦୁଝର,୧୬।୨ (ଡି.ଏଚ) : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଜଟଠାରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନବଘନ ପାତ୍ରଙ୍କ ଦ୍ବାରା ବିଦ୍ଯାଳୟର ବାର୍ଷିକ ବିବରଣୀ ପାଠପରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତେଲକୋଇ ସହ- ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା କ୍ଷୀରୋଦ୍ରୀ କୁମାରୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁସାହିତ୍ୟିକ ତଥା ଆଦର୍ଶ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବକ୍ତବ୍ଯ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ରଘୁନାଥ ସାହୁ,ଚନ୍ଦ୍ରମଣୀ ପ୍ରଧାନ,ବିଜୟ କୁମାର ପ୍ରଧାନ,ଶରତ ଚନ୍ଦ୍ର ପ୍ରଧାନ, ସି ଆର ସି ସି ଗୋବର୍ଦ୍ଧନ ପାତ୍ର,ସରପଞ୍ଚ ଜଗବନ୍ଧୁ କିଶାନ,ସମିତି ସଭ୍ୟ ଦିଲ୍ଲୀପ କୁମାର ସାହୁ, ଶିଶୁ ବିକାଶ ପ୍ରକଳ୍ପ ସଂଯୋଜକ ପ୍ରଣୟ ବିଶ୍ୱାଳ,ରବି ନାରାୟଣ ନାୟକ,ବିଦ୍ୟାଳୟ ପରିଚାଳନା ସମିତି ଚେୟାରମ୍ୟାନ ନୃସିଂହ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଂଚାସୀନ ହୋଇ ବିଦ୍ଯାଳୟର ବାର୍ଷିକ ଉତ୍ସବ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ରଙ୍ଗାଧର ନାୟକଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସହ ଶିକ୍ଷା-ସାଂସ୍କୃତିକ କାର୍ଯ୍ୟକ୍ରମର ଗୁରୁତ୍ୱ,ଶୃଙ୍ଖଳା ଓ ସଂସ୍କାରର ଆଵଶ୍ୟକତା ଉପରେ ଗୁରୁତ୍ୱ ଉପସ୍ଥାପନ କରିଥିଲେ । ଶିଶୁଙ୍କ ଦ୍ୱାରା ଓ ସୁକାନ୍ତି ପାତ୍ରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବାର୍ଷିକ କ୍ରୀଡ଼ାର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ତତ୍ପରେ ସଂଗୀତ,ନୃତ୍ୟ ଓ ଅଭିନୟ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଇଥିଲା । ଶିକ୍ଷୟିତ୍ରୀ ଇନ୍ଦୁମତୀ ସାହୁ ଓ ପ୍ରିୟଦର୍ଶିନୀ ସାହୁ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଆରତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଚାରିଶହରୁ ଉର୍ଦ୍ଧ୍ଵ ଅଭିବଭାବକ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।