କଳାହାଣ୍ଡି,୧୨/୨(ସନତ କୁମାର ପ୍ରଧାନୀ) : କୋକସରା ଜବାହାର ଉଚ୍ଚ ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଧର୍ମଗଡ ବିଧାୟକ ମୋଉଷଧି ବାଗ ଯୋଗଦେଇ ମା ଠାକୁରାଣୀ ମନ୍ଦିରରୁ ଆସିଥିବା ମଶାଲକୁ ସ୍ୱାଗତ କରି କ୍ରୀଡା ଉତ୍ସବର ପତାକା ଉତ୍ତୋଳନ କରିବା ପରେ ଅଗ୍ରଦେବ ଗଣେଶଙ୍କୁ ବନ୍ଦନା କରିବା ପରେ ସ୍କୁଲ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ପ୍ରଧାନ ଶିକ୍ଷକ ବାର୍ଷିକ କ୍ରୀଡାର ଅତିଥି ପରିଚୟ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ଶିକ୍ଷା ବିଦ ଚଣ୍ଡୀ ପ୍ରସାଦ ପ୍ରଧାନୀ, ଅବସର ପ୍ରାପ୍ତ ଡକ୍ଟର କେଶବ ଲାଲ ବାଗ, ସମାଜସେବୀ ଘାସିରାମ ପାଟଯୋଶୀ, ନେଗିଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ ଯୋଗଦେଇ ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଖେଳ ଅନୁଷ୍ଠିତ ହୋଇଥିଲା। କ୍ରୀଡା ଉତ୍ସବର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ରୂପେ କୋକସରା ସରପଞ୍ଚ କିଶୋର ପ୍ରଧାନୀ, ସମିତି ସଭ୍ୟ ତ୍ରିଭୁବନ ନାଏକ,ଅଧ୍ୟକ୍ଷ +୨ ଗୋବର୍ଦ୍ଧନ ବାଗ ମହିଳା ଥାନା ଅଧିକାରୀ ଆନ୍ନା ମିଞ୍ଜ ଯୋଗ ଦେଇଥିଲେ । ଏହି ଅବସରରେ ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଂଜନ କରିଥିଲେ।।