କଳାହାଣ୍ଡି,୧୦।୨(ସନତ କୁମାର ପ୍ରଧାନୀ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପରେ ବ୍ରାହ୍ମଣ ସମାଜର ଧର୍ମଗଡ ଉପଖଣ୍ଡିୟ ମହାସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର କଲମପୁର, କୋକସରା, ଜୁନାଗଡ଼, ଗୋଳାମୁଣ୍ଡା ଧର୍ମଗଡ, ସମେତ ଭବାନୀପାଟଣା ବିଭିନ୍ନ ଅଞ୍ଚଳରୁ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ। ମହାସଭାରେ ଆସିଥିବା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ଏକ ବିରାଟ ପଟୁଆରରେ ପର୍ଶୁରାମଙ୍କ ଏକ ସୁସଜ୍ଜିତ ରଥ ପଞ୍ଚାୟତ ପଡିଆରୁ ବାହାରି ଧର୍ମଗଡ ସହର ପରିକ୍ରମା ସହ ସଭାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିବା ପରେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ପୁରୀରୁ ଆସିଥିବା ବ୍ରାହ୍ମଣ ମାନେ ଯଥା ରୀତିନୀତି ଅନୁସାରେ ସମସ୍ତେ ବ୍ରାହ୍ମଣ ସମାଜର ଆଦି ପୁରୁଷ ପର୍ଶୁରାମଙ୍କୁ ଆବାହନ କରିଥିଲେ । ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ମହାସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ବ୍ରାହ୍ମଣ ସମାଜର ଦିବଙ୍ଗତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ନିରବ ପ୍ରାଥନା କରା ଯାଇଥିଲା ମୁଖ୍ୟ ଆୟୋଜନ କମିଟି ପରାମର୍ଶ ଦାତା ତ୍ରିନାଥ ଠାକୁର ଏହି ମହାସଭାର ଉଦେଶ୍ୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ । ସମ୍ପାଦକୀୟ ବିବରଣୀ ପଠନ ସମ୍ପାଦକ ହେମନ୍ତ କୁମାର ପଣ୍ଡା କରିଥିଲେ ଉପଖଣ୍ଡିୟ ବ୍ରାହ୍ମଣ ମହାସଭା ରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନୀୟ ଅତିଥି ରୂପେ ମୁଖ୍ୟ ଉପଦେଷ୍ଟା ପୁରୀ ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ବିଚିତ୍ରା ନନ୍ଦ ମିଶ୍ର, ଜନାର୍ଦ୍ଦନ ପଣ୍ଡା, ମହନ୍ତ ହାତୀ ଆଖଡା ପୁରୀ ସୁଖରାମ ଦାସ, ସଭାପତି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶା ଡ଼ଃ ଗଙ୍ଗାଧର ନନ୍ଦ,ସ୍ୱାମୀ ସୁଭାନନ୍ଦ ପୁରୀ ଆନନ୍ଦଶ୍ରମ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ବ୍ରାହ୍ମଣ ସମାଜ ର ବୈଦିକ ରୀତିନୀତି ପରମ୍ପରା ଉପରେ ଆଲୋକପାତ କରିବା ସହ ଆଗାମୀ ଦିନ ରେ ସମାଜ କୁ ଶୃଙ୍ଖଳିତ ହୋଇ ନିଜର ଗର୍ବ ଓ ଗାରିମାକୁ ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ସମାଜରେ ରହିଥିବା ଗରିବ ଶ୍ରେଣୀର ବ୍ରାହ୍ମଣ ପରିବାରଙ୍କୁ ବିବାହ ବ୍ରତ ପାଇଁ ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା ସମାଜ କାର୍ଯକାରୀ ସଭାପତି ସୁନୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।। ଏହି ମହାସଭାରେ ପଡୋଶୀ ଜିଲ୍ଲା ନୂଆପଡା ନବରଙ୍ଗପୁର ଅଞ୍ଚଳରୁ ମଧ୍ୟ ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।