କେନ୍ଦୁଝର,୧/୨( ଡି.ଏଚ) : କେନ୍ଦୁଝର ଜିଲ୍ଲା ତେଲକୋଇ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାତୃ ସମ୍ମିଳନୀ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସ୍ଥାୟୀ ସଭାପତି ହଟକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ବ୍ରହ୍ମାକୁମାରୀ ପାର୍ବତୀ ସାହୁ ମୁଖ୍ୟ ଅତିଥି ଥିବାବେଳେ ସୁସାହିତ୍ୟିକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠାଚାର୍ଯ୍ୟ ହୃଦାନନ୍ଦ ସାହୁ ଅତିଥି ପରିଚୟ କରିବା ସଙ୍ଗେ ସଙ୍ଗେ ପ୍ରଧାନାଚାର୍ଯ୍ୟ ନିରଞ୍ଜନ ସାହୁ ସ୍ୱାଗତ ଭାଷଣ ପରିବେଷଣ କରିଥିଲେ । ଶତାଧିକ ମାଆ ମାନଙ୍କ ଦ୍ୱାରା ସର୍ବାଙ୍ଗୀନ ବିକାଶ ନିମନ୍ତେ ଶିକ୍ଷା ବିନ୍ଦୁମାନ ଓ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥୀଙ୍କ ଶାରୀରିକ,ମାନସିକ,ନୈତିକ, ଆଧ୍ୟାତ୍ମିକ ଶିକ୍ଷା ଓ ବିଷୟଗତ,ସହ ବିଷୟଗତ, ବ୍ୟକ୍ତିଗତ-ସାମାଜିକ ଗୁଣାବଳୀ,ଶିଶୁ ଶିକ୍ଷାରେ ମାଆର ଗୁରୁତ୍ୱ ଆଦି ମହତ୍ତ୍ୱପୂର୍ଣ୍ଣ ବିନ୍ଦୁ ବ୍ୟାଖ୍ୟାଯୁକ୍ତ ଅଭିଭାଷଣ ଶିକ୍ଷଣୀୟ ଓ ଉପାଦେୟ ବକ୍ତବ୍ଯ ଥିଲା । ବିଦ୍ୟାଳୟର ଆଚାର୍ଯ୍ୟ ମୋହନ ଚରଣ ମହାନ୍ତ, ତ୍ରିଲୋଚନ ସାହୁ,ମନୋଜ ମହାନ୍ତ,ଧରଣୀଧର ମହାନ୍ତ,ରୁଦ୍ର ନାରାୟଣ ,ଗନ୍ଧର୍ବ ବିଶ୍ବାଳ, ନଟବର ମହାନ୍ତ,ମହେଶ ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଆଚାର୍ଯ୍ୟା ଜଗଡ଼ମ୍ଭା ସାହୁ,ମନସ୍ୱିନୀ ସାହୁ,ସ୍ନେହଲତା ସାହୁ,ରୀତାଞ୍ଜଳୀ ଦାସ,ଲୀଳାବତୀ ଜ୍ୟୋତିଷ ଆଦି ପ୍ରାର୍ଥନା,ବୌଦ୍ଧିକ ଓ ପଞ୍ଜିକରଣ ସହାୟତା ପ୍ରଦାନ କରିଥିଲେ । ଏଥିରେ ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ବକ୍ତବ୍ଯ ମାଧ୍ୟମରେ ମା’ ମାନଙ୍କ ଉଦ୍ଦେଶ୍ୟରେ ଅନେକ କିଛି ଶିକ୍ଷଣୀୟ ବକ୍ତବ୍ଯ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ସଭା ସଂଯୋଜନା ହୋଇଥିବାବେଳେ ଆଚାର୍ଯ୍ୟା ଦମୟନ୍ତୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।