ଝୁମ୍ପୁରା ବ୍ଲକ୍ ସ୍ତରୀୟ ବୈଦ୍ୟ ସମ୍ମିଳନୀ

306
ADVERTISEMENT

କେନ୍ଦୁଝର, ୨୭/୧(ସୀତାରାମ ଦୀକ୍ଷିତ) : ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ବ୍ଲକ ସ୍ତରୀୟ ବୈଦ୍ୟ ସମ୍ମିଳନୀ ଓ ପରିବେଶ ସଚେତନତା କର୍ମଶାଳା ବୈତରଣୀ ବୈଦ୍ୟ ସଂଘ ଆନୁକୂଲ୍ୟରେ ସଂଘର ସଭାପତି ନେତ୍ରାନନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଓଡ଼ିଆ ରାଜ୍ୟ ରାଜ୍ୟ ବନୈାଷଧି ବିଶେଷଜ୍ଞ ମହାସଂଘର ସଭାପତି ହରେକୃଷ୍ଣ ମହାନ୍ତ, ମୁଖ୍ୟ ବକ୍ତା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ,ରିମୁଳିର ଅଧ୍ୟାପକ ରମାକାନ୍ତ ପ୍ରଧାନ ଏବଂ ସମ୍ମାନୀତ ଅତିଥି  କେନ୍ଦୁଝର ଜିଲ୍ଲା ଶାନ୍ତି ବୈଦ୍ୟ ସଂଘର ଉପଦେଷ୍ଟା ପଦ୍ମଚରଣ ମହାନ୍ତ ଓ ରାଇରଙ୍ଗପୁର ବୈଦ୍ୟ ସଂଘର ସମ୍ପାଦକ ସନ୍ତୋଷ ପଟ୍ଟନାୟକ ହୋଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ । ସଂଘର ଉପଦେଷ୍ଟା  ଡ. ଅବଦୁଲ ରହମାନ।ଏହା ପରେ ସଭାର ଆୟୋଜକ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ।ସେ ବୃକ୍ଷ ରୋପଣ, ପରିବେଶ ଓ ଜଙ୍ଗଲ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ।ବୈଦ୍ୟମାନଙ୍କ ବହୁବିଧ ଆଲୋଚନା ହେଲା ଏବଂ ସେମାନଙ୍କ ସ୍ୱୀକୃତି ଓ ଭତ୍ତା ପାଇଁ ଦାବୀ କରାହେଲା। ବିଭିନ୍ନ ଗଛ ଲତା ଓ ଟୁଟୁକା ଔଷଧ ବିଷୟରେ ବୈଦ୍ୟମାନେ ଆଲୋକପାତ କଲେ, ଯାହାକୁ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ବହୁତ ପସନ୍ଦ କଲେ।
  ହରେକୃଷ୍ଣ ମହାନ୍ତଙ୍କୁ ବୈଦ୍ୟ ଶିରୋମଣି ଏବଂ ପଦ୍ମଚରଣ ମହାନ୍ତଙ୍କୁ ବୈଦ୍ୟ ରତ୍ନ ଉପାଧିରେ ଭୂଷିତ କରାଯିବା ସହିତ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାହେଲା।ସର୍ବଶ୍ରୀ ଶୁଭ୍ରାଂଶୁ ରାଉତ, ବୈକୁଣ୍ଠ ମହାନ୍ତ, ଓକିଲ ନାଏକ,ତାପସ ନାଏକ, ମଧୁସୂଦନ ମହାନ୍ତ ଆଦି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ସଂଘର ସମ୍ପାଦକ ସୁରେନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ ।

Advertisement