ବଲାଙ୍ଗୀର,୩୦।୧୨(ଡି.ଏଚ/ଦେବବ୍ରତ ଗୁରୁ): ସୁନାମଧନ୍ୟ ରାଜେନ୍ଦ୍ର କଲେଜର ୭୫ ବର୍ଷ ପୁର୍ତ୍ତି ରାଜେନ୍ଦ୍ରଭିଆନ ସମାରୋହରେ ଅନୁଷ୍ଠାନର ପ୍ରତିଷ୍ଠାତା ମହାରାଜ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ କନିଷ୍ଠ ପୁତ୍ର ତଥା ପୁର୍ବତନ ସାଂସଦ ଓ ମନ୍ତ୍ରୀ ଶ୍ରୀ ଅନଙ୍ଗ ଉଦୟ ସିଂହଦେଓ ରାଜେନ୍ଦ୍ର କଲେଜର ପୁରାତନ ଛାତ୍ରଙ୍କ ସହିତ ଦର୍ଶକ ଭିତରେ ବସି ସମାରୋହକୁ ଉପଭୋଗ କରି ସମସ୍ତଙ୍କୁ ଉତ୍ସାହିତ କଲେ ।