ପରିବେଶ ସୁରକ୍ଷା ଜୀବନ ରକ୍ଷା

276
ADVERTISEMENT

ମୋହନା,୧୦/୧୨,ଡି.ଏଚ/ ମୋହନ ଗୌଡ) : ପରିବେଶ ସୁରକ୍ଷା ଜୀବନ ରକ୍ଷା’ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡି ପଂଚାୟତର ୫ ନଂ ୱାର୍ଡର ଓଡିଆ ସାହିର ଏକ ନୂତନ ଯୁବକ ସଂଘ “ମା ବ୍ରାହ୍ମଣୀ ଦେବି” ଯୁବକ ସଂଘ । ସ୍ୱଚ୍ଛ ଭାରତ ଅଭିଯାନର ମୁଖ୍ୟସ୍ରୋତରେ ନିଜ ଗ୍ରାମକୁ ଏକ ସ୍ୱଚ୍ଛ ଓ ସୁନ୍ଦର ଗ୍ରାମ ରୂପେ ସାମିଲ କରିବା ପାଇଁ ଏହାର ପରିମଳ ବ୍ୟବସ୍ଥା ନିଜ ହାତକୁ ନେଇଛନ୍ତି ଏହି ଯୁବକ ସଂଘ । ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ଗ୍ରାମର ୱାର୍ଡ ମେମ୍ବର ସୁବାଷ ଚନ୍ଦ୍ର ଗୌଡ, ଗାଁ ସାଥି ବୁଡୁ ଦଳାଇ, ଉପଦେଷ୍ଟା ମଧୁସୁଦନ ପାଢୀ ଓ ସାମ୍ବାଦିକ ପଂଚାନନ ଦାଶ । ଯୁବକ ସଂଘର ସଭାପତି ମୋହନ ଗୌଡ ଓ ଉପସଭାପତି ମୋହନ ବେହେରଦଳାଇଙ୍କ ନେତୃତ୍ୱରେ ଓ ଅନ୍ୟ କର୍ମୀମାନଙ୍କ ସହଯୋଗରେ ଗ୍ରାମର କୋଣ ଅନୁକୋଣ ସନ୍ଧାନ କରି ସୋମବାର ଦିନ ଗ୍ରାମର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ କରିଛନ୍ତି । ନିଶ୍ଚିତ ଭାବରେ ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ କାର୍ଯ୍ୟ ଅଟେ ।

Advertisement