ପୁଣି ୧୮ କୋଟିର ଗଂଜେଇ ଚାଷ ନଷ୍ଟ

270
ADVERTISEMENT

ମୋହନା ୨୩/୧୧ (ଡି.ଏଚ ନୁ୍ୟଜ – ମୋହନ ଗୌଡ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ମଉଜା ଜମିରେ ପୁଲିସ ଓ ଅବକାରୀ ବିଭବାଗ ପକ୍ଷରୁ ଚଢାଉ କରି ୧୮ କୋଟି ୨ ଲକ୍ଷ ଟଙ୍କାର ଗଂଜେଇ ଚାଷ ନଷ୍ଟ କରାଯାଇଛି । ଏସଡିପିଓ ଅଶୋକ କୁମାର ମହାନ୍ତିଙ୍କ ସୂଚନା ପ୍ରକାରେ ଉକ୍ତ ଅଂଚଳରେ ବେଆଇନ ଗଂଜେଇ ଚାଷ ହେଉଥିବା ନେଇ ସୂଚନା ମିଳିଥିଲା ।

ଜିଲ୍ଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମାଙ୍କ ନିଦେ୍ର୍ଧଶ କ୍ରମେ ଉକ୍ତ ଅଂଚଳରେ ମିଳିତ ଚଢାଉ କରାଯାଇଥିଲା । ୯୧ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଂଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି । ଏହି ଚଢାଉରେ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ବେଳେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅବକରୀ ନିରିକ୍ଷକ ସୁରୀ ବାବୁଙ୍କ ସମେତ ପୁଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ କର୍ମଚାରୀ ସାମିଲ ଥିଲେ ।

Advertisement