ମୋହନା, ୦୬/୧୧ (ଡି.ଏଚ – ମୋହନ ଗୌଡ): ଗଜପତି ଜିଲ୍ଲା ଆଦିବାସୀ ଅଧୁ୍ୟଷିତ ଦର୍ଗମ ବନ ପାହାଡ ଘେରରେ ରହିଥିବା ବେଳେ ଗଜପତି ଜିଲ୍ଲାକୁ ଗଞ୍ଜେଇ ଭୁସ୍ୱର୍ଗ ମଧ୍ୟ କୁହାଯାଉଛି । ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ଜିଲ୍ଲାପାଳ ଅନୁପମ ଶାହା ଓ ଆରକ୍ଷୀ ଅଧ୍ୟକ୍ଷା ସାରା ଶାରା ଶର୍ମାଙ୍କ ନିଦେ୍ର୍ଧଶ କ୍ରମେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଡବା ଥାନା ଅନ୍ତର୍ଗତ ଅନ୍ତରବା ପୁରୁଣା ସାହି ଅଂଚଳରେ ଚଢାଉ କରାଯାଇଛି । ପ୍ରାୟ ୬୨ ଏକର ଜଙ୍ଗଲ ଜମି ଉପରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଏହି ଜଙ୍ଗଲ ଜମିରେ ୧ ଲକ୍ଷ ୨୪ ହଜାର ଗଛ ଲଗାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୨ କୋଟି ହେବ ବୋଲି ଏସଡିପିଓ ଅଶୋକ କୁମାର ମହାନ୍ତି କିହଛନ୍ତି । ଅବକାରୀ ଓ ପୋଲିସ କର୍ମଚାରୀମାନେ ଏକାଠି ହୋଇ ପ୍ରଥମେ ଗଛ କାଟିଥିଲା ପରେ କଟାଯାଇଥିବା ଗଛ ଗୁଡିକୁ ନିଅାଁ ଲଗାଇ ସେହିସ୍ଥାନରେ ହିଁ ପୋଡି ନଷ୍ଟ କରି ଦିଆଯାଇଥିଲା ।
ଏହି ଚଢାଉରେ ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ମାଜିଷ୍ଟେ୍ରଟ ଦାୟୀତ୍ୱରେ ଥିବା ବେଳେ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଂଜନ ଜଗଦଲା, ଅବକାରୀ ନିରିକ୍ଷକ ସୁରୀ ବାବୁଙ୍କ ସମେତ ପୋଲିସ ଓ ରାଜସ୍ୱ କର୍ମଚାରୀମାନେ ସାମିଲ ହୋଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଧିକ ଅଧିକ ଗଂଜେଇ ଗଛ ପୋଡି ନଷ୍ଟ କରିଦିଆଯିବ ବୋଲି ସୂଚନା ମିଳୁଛି ।