କଟକ,୧୨/୧୦(ଡି .ଏଚ): ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଖ୍ୟାତିନାମା ସଙ୍ଗୀତଜ୍ଞ ଥିଲେ ଅକ୍ଷୟ ମହାନ୍ତି । ଲୋକେ ତାଙ୍କୁ ଖୋକା ଭାଇ ନାଁରେ ଜାଣନ୍ତି। ୧୯୩୬ ମସିହା ଆଜିର ଦିନରେ କଟକରେ ଜନ୍ମ ହୋଇଥିଲେ ସେ । ଖୋକା ଭାଇ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଥିଲେ। ଆଜିବି ଖୋକା ଭାଇଙ୍କ ଗୀତର ସ୍ୱତନ୍ତ୍ରତା ରହିଛି। ଅନେକ ଲୋକ ତାଙ୍କ ଗୀତକୁ ଗୁଣୁଗୁଣୁ ହୋଇଥାନ୍ତି l ଅକ୍ଷୟ ମହାନ୍ତି ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ l ଖୋକା ଭାଇଙ୍କ ଗୀତ ସେତେବେଳେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଖୋକା ଭାଙ୍କ ଲୋକପ୍ରିୟ ଗୀତମାନଙ୍କ ମଧ୍ୟରେ ଥିଲା ରଜାଝିଅ ସାଙ୍ଗେ, ଯାଯାବର, ଯା’ରେ ଭାସି ଭାସି ଯା, ଗାଇଆଳ ଭାଇ ଗାଉଛି ଗୀତ, ସ୍ମୃତି ତୁମେ ବୟସର କୃଷ୍ଣଚୁଡ଼ା l