କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ସାମୂହିକ ଉଦ୍ୟମ ଲୋଡ଼ା

362
ADVERTISEMENT

ଭୁବନେଶ୍ୱର, ୧୨/୬(ନରେନ୍ଦ୍ର ଜେନା): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର ଶିକାର ହେଉଛନ୍ତି। ଦେଶର ସହରାଞ୍ଚଳ ଅପେକ୍ଷା ଓ ଗ୍ରାମାଞ୍ଚଳରେ ଏହାର କୁପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି। ଏହି ବିପଦରୁ ମୁକୁଳିବା ବର୍ତ୍ତମାନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ଏହା ମାନବ ସମାଜ ପାଇଁ ବିପଦ ନୁହେଁ, ସମ୍ପଦ ହେବ। ତେଣୁ ଏହାର ପୁନଃପ୍ରକ୍ରିୟାକରଣ କରାଯାଇ ଏଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ତେବେ ସମସ୍ୟାର ସମାଧାନ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ମଙ୍ଗଳବାର କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ସଂକ୍ରାନ୍ତରେ ୟୁନିସେଫ୍‌ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ମିଡିଆ ରାଉଣ୍ଡ୍‌ଟେବୁଲ ବୈଠକରେ ମତପ୍ରକାଶ ପାଇଛି।

ଏହି ବୈଠକରେ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ଡ. ମୋନିକା ନୀଲ୍‌ସନ, ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ, ଗ୍ରାମୀଣ ଜଳଯୋଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲର ଅଧୀକ୍ଷକ ଯନ୍ତ୍ରୀ ଅଭୟ ବିଶ୍ୱାଳ, ମୁମ୍ବାଇର କଠିନ ବର୍ଜ୍ୟବସ୍ତୁ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍‌ ଓଡିଶାର ଓ୍ବାସ୍‌ ବିଶେଷଜ୍ଞ ସିପ୍ରା ସାକ୍‌ସେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ବିପଦ ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ।

Advertisement