ପୂର୍ବତନ ହିଂଜିଳି ବିଧାୟକ ବିଜେଡ଼ିରେ ମିଶିଲେ

265
ADVERTISEMENT

ହିଂଜିଳିକାଟୁ,(ଦୁନିଆ ହାଲ୍ ଚାଲ୍): ହିଂଜିଳିର ପୂର୍ବତନ ବିଧାୟକ ଥିବା ହରିହର ସାହୁ ଗୁରୁବାର ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଆସିକା ଲୋକସଭା ପାଇଁ ଜଣେ ସାଧାରଣ ମହିଳାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବାରୁ ସେ ଏଥିରେ ପ୍ରଭାବିତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ସାହୁ କହିଛନ୍ତି । ଏକଦା ବୁଣାକାର ନେତାଭାବେ ଜଣାଶୁଣା ହରିହର ଶିକ୍ଷକତା ଚାକିରୀ ଛାଡ଼ି ୧୯୮୫ ନିର୍ବାଚନରେ ହିଂଜିଳି ବିଧାନସଭାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୦ରେ ହିଂଜିଳିର ଜନତାଦଳ ବିଧାୟକ ଭାବେ ଜିତିଥିଲେ । ୧୯୯୫ରେ ସେ ଜନତାଦଳରୁ ଲଢ଼ି ପରାସ୍ତ ହୋଇଥିଲେ । ପରେ ସେ ବିଭିନ୍ନ ସମୟରେ ବାରମ୍ବାର ଦଳ ବଦଳ କରି ଭାଜପା,ବିଜେଡ଼ି,ଓଜିପି,ଏନସିପି,କଂଗ୍ରେସ, ତୃଣମୂଳ କଂଗ୍ରେସ ଭଳି ଦଳରେ ଯୋଗ ଦେଇଥିଲେ । ୨୦୦୩ରେ ହିଂଜିଳିକାଟୁ ଏନଏସି କାଉନସିଲ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ ନିର୍ବାଚନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବେ ହିଂଜିଳିରୁ ଲଢ଼ି ମାତ୍ର ୭୭୫ଭୋଟ ପାଇଥିଲେ । ଆସିକା ବିଜେଡ଼ି ପ୍ରାର୍ଥୀନୀ ପ୍ରମିଳା ବିଶୋୟୀଙ୍କ ପାଇଁ ସେ ଚଳିତ ନିର୍ବାଚନରେ ପ୍ରଚାରର ମଙ୍ଗ ଧରିବେ ବୋଲି କୁହାଯାଉଛି ।

Advertisement