ଭୁବନେଶ୍ୱର: ଆସନ୍ତା ୯ ରେ ପୁଣି ଥରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।ଦିଗପହଣ୍ଡିରେ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ । ଦକ୍ଷିଣ ଓଡିଶାରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ଓଡିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।