କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର

292
ADVERTISEMENT

ବାରିପଦା, (ଦୁନିଆ ହାଲ୍ ଚାଲ୍) : ଶିମିଳିପାଳ କୋର ଏରିଆରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜେବାବିଲ ରେଞ୍ଜର ସାରୁଆ ବିଟ୍ ହାଉସ ପାଖ ଏକ ନାଳ କଡ଼ରୁ ମୃତଦେହ ଉଦ୍ଧାର ହୋଇଛି। ବାଘର ବୟସ ପାଖାପାଖି ୭ରୁ ୮ ମାସ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଖବର ପାଇ ମୃତଦେହ ଜବତ କରିବା ସହ NTCA ଗାଇଡ୍‌ଲାଇନ ଅନୁସାରେ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି।

Advertisement