କେନ୍ଦୁଝର,୧୦।୦୫(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝରସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ଫାଣ୍ତି ଅଧିନ ଗ୍ରୀନଫିଲ୍ଡ ସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଟ୍ରକ୍ ର ପଛପଟେ ପିଟି ହେଲା ବାଇକ୍ । ଫଳରେ ବାଇକ୍ ରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଘଟଣାସ୍ଥଳରୁ ଟ୍ରକ୍ ଫେରାର । ଏବଂ ମୃତକ ଦ୍ବୟ ହେଲେ ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲଣ୍ତା ଗ୍ରାମର ସନ୍ତୋଷ କୁମାର ମହାକୁଡ (୩୫) ଓ ଦୀପକ କୁମାର ମହାକୁଡ (୩୦)।