ଭୁବନେଶ୍ୱର ,୧୦।୦୫(ଡ଼ି.ଏଚ ବ୍ୟୁରୋ):-ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଦେଶରେ ଅଧିକାଂଶ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏବଂ ରାଜ୍ୟ ପୁଲିସ ପକ୍ଷରୁ ଦିନ ରାତି ଉପକୂଳରେ ପାଟ୍ରୋଲିଂ ଜାରି ସହ ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କରାଯାଉଛି ଯାଞ୍ଚ । ସେପଟେ ପାରାଦୀପ ବନ୍ଦର ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ ରଖାଯାଇଛି କଡା ନଜର ।