ବ୍ରହ୍ମପୁର,୦୮।୦୫ (ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଦାନପୁର ଗାଁରେ ଘରର ବାରି କବାଟ ଭାଙ୍ଗି ୨୫ ଭରି ସୁନା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଲୁଟ କଲେ ଦୁର୍ବୁତ୍ତ । ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।