ନୂଆଦିଲ୍ଲୀ.୦୭।୦୫ (ଡ଼ି.ଏଚ ବ୍ୟୁରୋ):- ପହଲଗାଓଁର ପ୍ରତିଶୋଧ ନେଲା ଭାରତ। ପାକିସ୍ତାନ ଆତଙ୍କୀ ମସୁଦ ଆଝାରର ବହାଓ୍ବଲପୁର ଠିକଣାରେ ମୋଟ୍ ୯ଟି ସ୍ଥାନକୁ ଟାର୍ଗେଟ୍ କରି ମିସାଇଲ୍ ଆଟାକ୍ କରିଛି ଭାରତୀୟ ସେନା । ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଭାରତୀୟ ସେନା ସହିଦ ହୋଇଥିବା ସୂଚନା ମିଳିଛି।