ନୂଆଦିଲ୍ଲୀ,୧୬/୪(ଡ଼ି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ବୋମା ଜରିଆରେ ଉଡାଇ ଦିଆଯିବ ବୋଲି ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ଏକ ଧମକପୂର୍ଣ୍ଣ ଇ-ମେଲ ବାର୍ତ୍ତା ମିଳିଛି। ଫଳରେ ଟ୍ରଷ୍ଟ ପକ୍ଷରୁ ଥାନାରେ ଏକ ଏତଲା ଦାଏର କରାଯାଇଛି।ଏବଂ ତାମିଲନାଡୁର ଜଣେ ବାସିନ୍ଦା ଏହି ବାର୍ତ୍ତା ପଠାଇଥିବା ସୂଚନା ମିଳିଛି ।