ରଘୁବୀର ସେନା ପକ୍ଷରୁ ରାମ ନବମୀରେ ମନ୍ଦିର ନିର୍ମାଣ ସକାଶେ ହଳନଙ୍ଗଳରେ ବିହନ ରୋପଣ l

18
ADVERTISEMENT

କୁକୁଡାଖଣ୍ଡି,୦୮/୪(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଟେକ୍ନୋସିଟି ଅଞ୍ଚଳରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ରଘୁବୀରସେନା ପକ୍ଷରୁ ଜର ଯାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାମ ନବମୀ ରେ ମନ୍ଦିର ପ୍ରତିଷ୍ଠା ହେବା କୁ ଥିବା ଜମି ରେ ତୁଳସୀ ଅର୍ପଣ,ବ୍ରହ୍ମଣ ଙ୍କ ମନ୍ତ୍ର ପାଠ ରେ ଚତୁର୍ବେଦୀ ମଙ୍ଗଳଦ୍ୱୀପ ଅର୍ପଣ, ଅଗ୍ନିସ୍ଥାପନ,ହଳଲଙ୍ଗଳ ଇତ୍ୟାଦି କର୍ମକାଣ୍ଡ ପରେ ଜମି ରେ ବିହନ ରୋପଣ ସହ ଶ୍ରୀରାମ ଚନ୍ଦ୍ରଙ୍କ ପୂଜାଅର୍ଚନା କରିବା ସହ ଆଖିପାଖ ନଗର ପରିକ୍ରମା କରାଯାଇଛି l

ଜୈ ଶ୍ରୀରାମ ନାରା ରେ ପ୍ରକମ୍ପିତ କରି ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଫୋଟ ଚିତ୍ର କୁ ଗ୍ରାମପରିକ୍ରମା କରି ଅଞ୍ଚଳ କୁ ଭକ୍ତିମୟ ପରିବେଶ ରେ ପରିଣତ କରିବା ରେ ସକ୍ଷମ ହୋଇଛି ରଘୁବୀର ସେନା l ଏଥିରେ ମନ୍ଦିରର ନିର୍ମାଣ ନିମନ୍ତେ ସହଯୋଗ ନେତୃତ୍ୱ କମିଟିର ସଭାପତି ଶ୍ରୀକାନ୍ତ ଚୌଧୁରୀ,ଉପ ସଭାପତି ଚିନ୍ତାମଣି ବେହେରା, ଅଭିରାମ ବେହେରା ସମ୍ପାଦକ କୃତିବାସ ବିଶ୍ୱାଳ,ସହ ସମ୍ପାଦକ ଆରତୀ ସାହୁଙ୍କ ବହୁ ରଘୁବୀର ସେନାର କର୍ମକର୍ତ୍ତା ମାନଙ୍କ ସାହାଯ୍ୟ ସହଯୋଗ ରେ ଧୁମଧାମରେ ପାଳିତ ହୋଇଯାଇଛି l

Advertisement