ବ୍ରହ୍ମପୁର,୧୪/୩(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶ୍ରୀକାନ୍ତ ଡାକୁଆ l ସେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମ୍ପର୍କରେ ଭିଜିଲାନ୍ସ ର ଦୁଇଟି ଟିମ୍ ବେଲଗୁଣ୍ଠା ବୁଗୁଡ଼ା ମଝି, ବୁଗୁଡ଼ା ବ୍ଲକର ମୋଟାବାଡ଼ି ନିକଟରେ କିରାଣି ଶ୍ରୀ ଡାକୁଆଙ୍କୁ ଦୁଇ ପଟୁ ଅଟକାଇ ଚଢ଼ାଉ କରିଥିଲେ I କିନ୍ତୁ କିରାଣିଙ୍କ ଟାଟା ନେକ୍ସନ କାର ରୁ ଏକ ଲକ୍ଷ ଛୟାଅଶି ହଜାର ଟଙ୍କା ଜବତ ହୋଇଥିଲା I ଏହାପରେ ଗୋଟିଏ ଟିମ୍ ବୁଗୁଡ଼ାରେ ଥିବା ସରକାରୀ କାର୍ଟର୍ ରେ ଚଢାଉ କରିଥିବାବେଳେ ଅନ୍ୟ ଏକ ଟିମ୍ ଶ୍ରୀକାନ୍ତଙ୍କୁ ନେଇ ତାଙ୍କର ବେଲଗୁଣ୍ଠା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲେ I